Sarat Chandra Chattopadhyayଶରତ ଚନ୍ଦ୍ର ଚଟୋପାଧ୍ୟାୟ ବଙ୍ଗୀୟ ଭାଷା ଓ ସାହିତ୍ୟର ଏକ ବହୁ ଚର୍ଚ୍ଚିତ କଥାକାର। ତାଙ୍କର ଆଗମନ ହୁଏ ସେପ୍ଟମ୍ବର ୧୫, ୧୮୭୬ରେ ଏବଂ ତିରୋଧାନ ହୁଏ ଜାନୁୟାରୀ ୧୬, ୧୯୩୮ ମସିହାରେ। ଆଗମନରୁ ତିରୋଧାନ ମଧ୍ୟରେ ରହିଛି ଷାଠିଏ ବର୍ଷ ଚାରିମାସର ବ୍ୟବଧାନ। ଏ ଭିତରେ ସେ ଅନେକ ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧଇତ୍ୟାଦି ରଚନା କରି ସାରସ୍ୱତ ବାଣୀ ଭଣ୍ଡାରକୁ ପୁଷ୍କଳ କରିଛନ୍ତି। ସ୍ୱକୀୟ ଦାରିଦ୍ର]୍ୟ ନିପୀଡ଼ିତ ଜୀବନ, ବଙ୍ଗଦେଶର ନବଜାଗରଣ, ବଙ୍ଗୀୟ ଗ୍ରାମ୍ୟ ଓ ସହରୀ ଜୀବନର ନିଛକ ଚିତ୍ର, ସାମାଜିକ ଅନ୍ଧ-ବିଶ୍ୱାସ, ଚଳଣି, ସଂସ୍କୃତି, ପରମ୍ପରା, ହୀନ କୌଳିନ ଜାତିପ୍ରଥା, ଶିକ୍ଷା, ନାରୀ ଓ କୁମାରୀ ମନର ଅନ୍ତଃ ସ୍ୱରୂପର ସୂକ୍ଷ୍ମ ମନସ୍ତାତ୍ୱିକ ବିଶ୍ଳେଷଣ, ନାରୀ ସ୍ୱାଧୀନତା, ସୁଧଖୋର ମହାଜନୀ ବ୍ୟବସ୍ଥା, କୁମାରୀ ବିବାହ, ପୁତ୍ରପ୍ରାପ୍ତିର ମୋହରେ ଅଧିକ କନ୍ୟା ସନ୍ତାନପ୍ରାପ୍ତି ଓ ତଜ୍ଜନିତ ଆର୍ôଥକ ଅଭାବ ଅନଟନ, ମାନବୀୟ ସମ୍ବେଦନ, ପ୍ରେମ-ପ୍ରଣୟର ସ୍ୱର୍ଣ୍ଣିମ ପବିତ୍ର ଭାବାବେଗ, ଐକାନ୍ତିକ ନିଷ୍ଠା, ତ୍ୟାଗ, ଆଦର୍ଶ ଇତ୍ୟାଦିର ନିଛକ ଚିତ୍ର ତାଙ୍କ ସୃଷ୍ଟି ସମୂହରେ ଦେଖିବାକୁ ମିଳେ। ତାଙ୍କ ଅମର କୃତିଗୁଡିକ ଭାଷା, ଭାବ ଓ ଶୈଳୀର ତ୍ରିବେଣୀ ସଂଗମ। ପାଠକଙ୍କୁ ନିଜ ବର୍ଣ୍ଣନା ଓ ନାଟକୀୟ ସଂଳାପର ମୋହନୀୟ ମୟୂର ଚନ୍ଦ୍ରିକାରେ ଆକୃଷ୍ଟ କରିବାରେ ସେ ଧୂରୀଣ ଶିଳ୍ପୀ। ସେହି ଅନତିକ୍ରମଣୀୟ ସ୍ରଷ୍ଟାଙ୍କର ଅମଳିନ କୃତିଗୁଡିକ ହେଉଛି ଉପନ୍ୟାସ ଶ୍ରୀକାନ୍ତ, ଦେବଦାସ, ଚରିତ୍ରୋହୀନ, ପୋଥରଦାବୀ, ବଡଦିଦି, ବୈକୁଣ୍ଠରଉଇଲ, ପଲ୍ଲୀସମାଜ, ନିଷ୍କୃତି, ଚନ୍ଦ୍ରନାଥ, ପରିଣୀତା, ଗୃହଦାହ, ଦେଣାପାଉଣା, ଦତ୍ତ, ଶେଷପ୍ରଶ୍ନୋ ଇତ୍ୟାଦି। ଗଳ୍ପ ମନ୍ଦିର, ଆଲୋଓଛାୟା, ଅଭାଗୀରସ୍ୱର୍ଗ, ଅନୁପମରପ୍ରେମ, ଅନୁରାଧା, ବିଳାସୀ, ବାଲ୍ୟସ୍ମୃତି, ଅନ୍ଧାରେଆଲୋ, ବୋଝ, ବିନ୍ଦୁରଛେଲେ, ସତୀ, ସ୍ୱାମୀ, ଛେଲେଧୋରା, ଛୋବି, ଦର୍ପଚୂର୍ଣ୍ଣ, ଏକାଦଶୀବୈରାଗୀ, କାଶୀନାଥ, ହରିଚରଣ, ଶୁଭଦା, ଲାଲୁ, ହରିଲକ୍ଷ୍ମୀ, ମହେଶ, ପରେଶ, ପଥନିର୍ଦ୍ଦେଶ, ଛେଲେବେଲାର ଗଳ୍ପ ଇତ୍ୟାଦି । Read More Read Less